Report Card Odisha

| Daily Odia News

ସାଉଦି ଆରବରେ ୧୨ ମୁଣ୍ଡକାଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଉଦି ଆରବରେ ଅପରାଧ କରିଥିବା ଦୋଷୀଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଗତ ୧୦ ଦିନ ମଧ୍ୟରେ ଦେଶରେ ୧୨ ଜଣଙ୍କ ମୁଣ୍ଡକାଟ ଗଡ଼ିଲାଣି । ସେମାନେ ବିଦେଶୀ ନାଗରିକ ଥିବା ବେଳେ ବେଆଇନ୍‌ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ଥିଲେ। ସେ ମାନଙ୍କ ମଧ୍ୟରେ  ୩ଜଣ ପାକିସ୍ତାନର ଥିବା ବେଳେ ୪ଜଣ ସିରିଆ, ୨ ଜୋର୍ଡାନର ଅଛନ୍ତି। ଏହି ୧୦ ଦିନର ମୃତକଙ୍କୁ ମିଶାଇ ୨୦୨୨ରେ ମୁଣ୍ଡକାଟ ହୋଇଥିବା ଲୋକଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ୨୦୧୮ରେ ସାଉଦି ଆରବର ପ୍ରଶାସନ ମୃତ୍ୟୁଦଣ୍ଡକୁ ସର୍ବନିମ୍ନକୁ ହ୍ରାସ କରିବାକୁ ପ୍ରୟାସ କରିଥିଲା। ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ କେବଳ ମୃତ୍ୟୁଦଣ୍ଡ ଦିଆଯାଇପାରିବ ବୋଲି କୁହାଯାଇଥିଲା। ପ୍ରାୟ ୪ ବର୍ଷ ପରେ ଏବେ ପୁଣି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଉଛି। ମାର୍ଚ୍ଚ ୨୦୨୨ରେ ୮୦ରୁ ଅଧିକ ପୁରୁଷଙ୍କୁ ସାମୁହିକ ଭାବେ ଫାଶି ଦିଆଯିବା ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

Breaking News