ରିପୋର୍ଟ କାର୍ଡ / ମୟୂରଭଞ୍ଜ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ପୋକସୋ କୋର୍ଟ। ସ୍ୱତନ୍ତ୍ର କୋର୍ଟ ବିଚାରପତି ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ନଦେଲେ ଅଧିକ ୬ ମାସ କାରାଦଣ୍ଡ ହେବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ହେଉଛନ୍ତି ଚୁନୁ ମହାନ୍ତ ବୈଶିଙ୍ଗା ଥାନା ଅନ୍ତର୍ଗତ ବାଘୁଆ ଗାଁର ବାସିନ୍ଦା। ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟରେ ଏହି ମାମଲାର ରାୟ ଶୁଣାଣି ହୋଇଛି। ଏହାଛଡ଼ା ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସହାୟତା କତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ- ୨୦୧୮ ଜୁଲାଇ ୧୦ତାରିଖରେ ଅଭିଯୁକ୍ତ ଚୁନୁ ମହାନ୍ତ ଜଣେ ନାବାଳିକାଙ୍କୁ ଏକୁଟିଆ ପାଇ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ। ପୀଡ଼ିତା ନାବାଳିକାକୁ ଏବିଷୟରେ ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।ପରେ ପୀଡ଼ିତା ନାବାଳିକା ଜଣକ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦାରେ ଥିବା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।ଏନେଇ ପରିବାର ଲୋକେ ଘଟଣା ବାବଦରେ ୨୦୧୮ ଅକ୍ଟୋବର ୧୦ ତାରିଖରେ ସ୍ଥାନୀୟ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଅଭିଯୋଗ ନମ୍ବର ୨୧୪/୨୦୧୮ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଚୁନୁ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।






More Stories
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡିଶା ଆସିବେ ନୀତିନ ନବୀନ…..
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……