Report Card Odisha

| Daily Odia News

ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ନେଲେ ସି.ଭି. ଆନନ୍ଦ ବୋଷ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ସି.ଭି. ଆନନ୍ଦ ବୋଷ | ଆଜି କୋଲ୍‌କାତାସ୍ଥିତ ରାଜଭବନରେ  ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ- ଜୁଲାଇ ୧୮ ତାରିଖରେ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ‌ହୋଇଯିବା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ବୋଷ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୭୭ ବ୍ୟାଚ୍‌ ‘ଭାରତୀୟ ପ୍ରଶାସନିକ ସେବା’ର ପୂର୍ବତନ ଅଧିକାରୀ ବୋଷ ଭାରତ ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କର ସଚିବ ଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। କିନ୍ତୁ ଉତ୍ସବରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ନ ଥିଲେ। ତାଙ୍କର ଅନୁପସ୍ଥିତ ବିବାଦର କାରଣ ହୋଇଥିବା ନେଇ ଚର୍ଚ୍ଚା ହେଉଛି |

Breaking News