ରିପୋର୍ଟ କାର୍ଡ / କୋରାପୁଟ
ଷ୍ଟେସନରେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୂବନେଶ୍ବରରୁ ଜଗଦଲପୁର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଟ୍ରେନରୁ ଏହି ମୃତଦେହ ମିଳିଛି। ଟ୍ରେନଟି କୋରାପୁଟ ଦେଇ ଯାଉଥିବାବେଳେ ଷ୍ଟେସନରେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । S1 ବଗିର ୧୫ ନଂ ସିଟରେ ଯାତ୍ରୀ ଜଣକ ଶୋଇବା ଅବସ୍ଥାରେ ତାଙ୍କ ମୃତଦେହକୁ ଠାବ କରାଯାଇଛି। କୋରାପୁଟ ରେଳ ଷ୍ଟେସନରେ ଷ୍ଟେସନ ମ୍ୟାନେଜରଙ୍କ ଉପସ୍ଥିତିରେ ରେଳବାଇ ଡାକ୍ତର ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଅଚିହ୍ନା ଯାତ୍ରୀ ଜଣଙ୍କର ମୃତଦେହକୁ କୋରାପୁଟରେ ଟ୍ରେନରୁ ଓହ୍ଲାଇବା ପରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । ଶବକୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକଠାରୁ ବ୍ରହ୍ମପୁରରୁ କୋରାପୁଟ ଆସିଥିବା ସାଧାରଣ ଟିକେଟ ମିଳିଛି ।






More Stories
ଶେଷ ହେଉଛି ପେଟ୍ରୋଲ!….
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……