ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରାଜିଲର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଦୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଛାତ୍ର ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୯ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ୨ ଛାତ୍ର ମଧ୍ୟ ରହିଛନ୍ତି | ରିପୋର୍ଟ ମୁତାବକ, ଶୁକ୍ରବାର ବ୍ରାଜିଲର ଆରାକ୍ରୁଜ ସହରରେ ଥିବା ଏସ୍କିରିଟୋ ସେଣ୍ଟର ଦୁଇଟି ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ଦୁର୍ବୃତ୍ତ ସ୍କୁଲ ଭିତରେ ବନ୍ଧୁକ ଧରି ପଶିବା ସହ ଆଖିଗୁଳିମାଡ କରିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଟର୍ ଜଣକ ସେମି ଅଟୋମେଟିକ ପିସ୍ତଳରେ ଆକ୍ରମଣ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ସିସିଟିଭି ଫୁଟେଜ ଅନୁସାରେ ଆକ୍ରମଣକାରୀ ଜଣକ ମୁହଁ ଢାଙ୍କି ସ୍କୁଲ ଭିତରକୁ ପ୍ରବେଶ କରିଥିଲା। ହାତରେ ଥିଲା ସେମି ଅଟୋମେଟିକ୍ ବନ୍ଧୁକ। କେହି କିଛି ବୁଝିବା ଆଗରୁ ଆଖିବୁଜା ଗୁଳିମାଡ କରିଥିଲା। ସେପଟେ ଏହି ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଗିରଫ କରିଛି। ଏନେଇ ସ୍କୁଲର ଅଧିକାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆକ୍ରମଣକାରୀର ବୟସ ପାଖାପଖି ୧୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..