ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ୧୩ଜଣ ବରିଷ୍ଠ ଓଏଏସ୍ ଅଫିସର ବିଧିବଦ୍ଧ ଭାବେ ଆଇଏଏସ୍ ପାହ୍ୟାକୁ ଉନ୍ନୀତି ହୋଇଛନ୍ତି । ଏନେଇ ଶୁକ୍ରବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଏହି ଅଫିସରମାନଙ୍କ ନିଯୁକ୍ତି ଓଡ଼ିଶା ହାଇକୋର୍ଟରେ ସଞ୍ଜିତା ଦାସଙ୍କ ଦ୍ୱାରା ୨୦୨୧ ମସିହାରେ ଦାଏର ମାମଲାର ରାୟ ଅନୁରୂପ ହେବ ବୋଲି କାର୍ମିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ତୁଷାରକାନ୍ତ ମହାନ୍ତି, ସରୋଜ କୁମାର ସାମଲ, ମନୋଜ କୁମାର ମହାନ୍ତି, ସରୋଜ କୁମାର ସେଠୀ, ଅବନୀକାନ୍ତ ପଟ୍ଟନାୟକ, ସଂଗ୍ରାମ କେଶରୀ ମହାପାତ୍ର, ରାଜଶ୍ରୀ ମହାନ୍ତି, ଡଃ ଗଣେଶ୍ୱର ଜେନା, ଦେବେନ କୁମାର ପ୍ରଧାନ, ତ୍ରିଲୋଚନ ମାଝୀ, ଶକୁନ୍ତଳା ବିନ୍ଧାଣୀ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ଓ ବିଜୟ କୁମାର ଦାଶଙ୍କୁ ଆଇଏଏସ୍ ପାହ୍ୟାକୁ ଉନ୍ନୀତ କରାଯାଇଛି । ସେମାନେ ଓଡ଼ିଶା କ୍ୟାଡ଼ରର ୨୦୨୧ ବ୍ୟାଚ୍ ଆଇଏଏସ୍ ଭାବେ ବିବେଚିତ ହେବେ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..