ରିପୋର୍ଟ କାର୍ଡ / ମାଲକାନଗିର
ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏହି ଗୁଳିବିନିମୟରେ ୪ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ। ଖବର ଅନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସିଆରପିଏଫ୍ ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲା । ସୁରକ୍ଷା ବାହିନୀ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା। ଶେଷରେ ସୁରକ୍ଷା ବାହିନୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ବିଜାପୁର ଏସପି ଅଞ୍ଜନେଇ ବାର୍ନୀ ଏନେଇ ସୂଚନା ଦେଇଛନ୍ତି।






More Stories
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା……