ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀଙ୍କୁ ସହାୟତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ DBT ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ୍ ୪୩ କୋଟି ଟଙ୍କା ପଠାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁପତ୍ର ତୋଳାଳିଙ୍କୁ ୧ ହଜାର, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ପ୍ରଦାନ କରାଯାଇଛି। ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି। ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ। ସେପଟେ ପଦ୍ମପୁର ଉପନିର୍ବାଚନ ଜନିତ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ ଓ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଦେବଗଡ଼ ଓ ବଲାଙ୍ଗୀର ଆଦି ୧୨ ଜିଲ୍ଲାର ୧୭ ଡିଭିଜନର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ-କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା। ତେଣୁ ତା’ ଉପରେ ୧୮% GSTକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବି କରି ଚିଠି ପଠାଇ ଥିବା ପ୍ରକାଶ କରିଥିଲେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..