ରିପୋର୍ଟ କାର୍ଡ / ବୌଦ୍ଧ
ବୌଦ୍ଧ ଜିଲ୍ଲା ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ବନ କର୍ମଚାରୀ। ଲକଡ଼ପାଜୁ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଏନେଇ ଗତକାଲି ବନ ବିଭାଗର ଟିମ୍ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକଡ଼ପାଜୁ ଜଙ୍ଗଲ ଅଭିମୁଖେ ବାହାରିଥିଲା। ହେଲେ ଗଞ୍ଜେଇ ମାଫିଆମାନେ ବନ ବିଭାଗ କର୍ମଚାରୀଙ୍କ ସହ ତାଙ୍କ ଗାଡ଼ିକୁ ଉଡ଼ାଇଦେବାକୁ ଲକଡ଼ପାଜୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ବନ ବିଭାଗ କର୍ମଚାରୀଙ୍କ ଗାଡ଼ି ସେହି ରାସ୍ତା ଦେଇ ଯିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଗାଡ଼ିରେ ଥିବା ୫୦ ବନ କର୍ମଚାରୀ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ କର୍ମଚାରୀମାନେ କିଛି ବିସ୍ଫୋରକ ସାମଗ୍ରୀ ପାଇଥିଲେ | ଏହିଘଟଣାରେ ପୋଲିସ ୩ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….