ରିପୋର୍ଟ କାର୍ଡ /ପଦ୍ମପୁର
ପଦ୍ମପୁରରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି | ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁକରାଯାଇଛି | ଏହା ଭିତରେ ୩ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍ର ଚଢ଼ାଉ କରିଛି। ସଶସ୍ତ୍ର ସିଆରପିଏଫ ଉପସ୍ଥିତିରେ ଚଢ଼ାଉ କରୁଛି କେନ୍ଦ୍ରୀୟ ଟିମ। ବହିଦାରପଡ଼ାର ମହମ୍ମଦ ସାଜିଦଙ୍କ ଘରେ ଚଢ଼ାଉ ଚାଲିଛି। ସାହୁପଡ଼ାରୁ ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଚଢ଼ାଉ ଜାରି ରହିଛି। ଚଢ଼ାଉର କାରଣ ଅସ୍ପଷ୍ଟ ରହିଛି। ମହମ୍ମଦ ସାଜିଦ, ମାନସଭଞ୍ଜନ ସାହୁ ଓ ଗଜୁ ଅଗ୍ରୱାଲ ପଦ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ବିଜେଡିର ସକ୍ରିୟ କର୍ମୀ। ସେମାନଙ୍କ ଘରେ କ’ଣ ପାଇଁ ଚଢ଼ାଉ କରାଯାଉଛି ତାହାର କୌଣସି ସୂଚନା ମିଳିନାହିଁ। ତେବେ ସେମାନଙ୍କ ଘରେ ଆୟକର ବିଭାଗର ୩ଟି ଟିମ ସମସ୍ତ ୩ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..