Report Card Odisha

| Daily Odia News

ଫିଫା ୱାଲର୍ଡ କପ୍ପ ରେ ଦଙ୍ଗା,୧୨ ଅଟକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାତାରରେ ୧୯ ନଭେମ୍ବରୁ ଫିଫା ୱାଲର୍ଡ କପ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଫିଫା ୱାର୍ଲ୍ଡ କପକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ମୋରୋକୋଠାରୁ ବେଲଜିୟମ ହାରିଯିବା ପରେ ବ୍ରସେଲ୍ସରେ ଦଙ୍ଗା ପରିସ୍ଥତି ସୃଷ୍ଟି ହୋଇଛି । ଦଙ୍ଗାରେ କିଛି ଯାନବାହାନ ଜଳାପୋଡା ହେବା ସହ ରାସ୍ତା ରୋକ ମଧ୍ୟ ହୋଇଛି । ତେବେ କିଛି ଫୁଟବଲ ପ୍ରେମୀ ମୋରୋକୀୟ ଜାତୀୟ ପତାକା ଘୋଡ଼ାଇ ହୋଇ ବ୍ରସେଲ୍‌ଜ୍‌ର କେତେକ ଅଞ୍ଚଳରେ ଦଙ୍ଗା ଓ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହାକୁ ରୋକିବା ପାଇଁ ପୋଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା। ଏଥିସହିତ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯିବା ସହ ୧୨ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଦଙ୍ଗକାରୀମାନେ ଦହନଶୀଳ ବିସ୍ଫୋରକ, ହାତରେ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ଓ ଲାଠି ବ୍ୟବହାର କରିବା ସହିତ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରାଜପଥରେ ନିଆଁ ଜାଳିଥିଲେ। ଯାହାଫଳରେ ସେହି ନିଆଁରେ ଜଣେ ସାମ୍ବାଦିକଙ୍କ ମୁହଁ ପୋଡି ଯାଇଥିବା ସୂଚନା ମିଳିଛି । ଏହାପରେ ଏହି ଦଙ୍ଗାକୁ ରୋକିବା ପାଇଁ ପୋଲିସ ବାଧ୍ୟ ହୋଇ ସେମାନଙ୍କ ଉପରେ ପାଣିମାଡ଼ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା ।

Breaking News