ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବ ବୋଲି କହିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସାହସ ଥିଲେ ଏହାକୁ ରୋକି ଦେଖାନ୍ତୁ । ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଠାକୁରନଗରରେ ଆୟୋଜିତ ଏକ ବୈଠକରେ ଅଧିକାରୀ କହିଛନ୍ତି | ମତୁଆ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କୁ ନାଗରିକତା ପ୍ରଦାନ କରାଯିବ। ଆମେ ସିଏଏ ବିଷୟରେ ଅନେକ ଥର ଆଲୋଚନା କରିଛୁ। ରାଜ୍ୟବାସୀ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରବାସୀମାନଙ୍କୁ ନାଗରିକତା ପ୍ରଦାନରେ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଆନୁମାନିକ ୩୦ ଲକ୍ଷ ମତୁଆ ସମ୍ପ୍ରଦାୟ ଲୋକ ଅଛନ୍ତି। ନଦିଆ, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୫ଟି ଲୋକସଭା ଆସନ ଏବଂ ୫୦ଟି ବିଧାନସଭା ଆସନରେ ମତୁଆ ସମ୍ପ୍ରଦାୟର ପ୍ରଭାବ ରହିଛି।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……