ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟରେ ଆଇନ୍ଜୀବୀଙ୍କ ଆନ୍ଦୋଳନ ମାମଲା କୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ତୁରନ୍ତ କାର୍ଯ୍ୟରେ ଯୋଗନଦେଲେ ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି । ଏପରିକି ଲାଇସେନ୍ସ ବାତିଲ କରିବାକୁ ବାର କାଉନସିଲକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନକାରୀଙ୍କୁ ହଟାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହା ସହ ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କୋର୍ଟ କହିଛନ୍ତି । କୋର୍ଟ ଚାଲିବାକୁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ଚେତାବନୀ ଦେଇଛନ୍ତି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..