ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନ୍ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଇଓଏର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ଶେଷ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମ ଅଲିମ୍ପିଆନ ଭାବେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ସେ ଅଳ୍ପକେ ପଦକ ହରାଇଥିଲେ । ମାତ୍ର ୧/୧୦୦ ସେକେଣ୍ଡ ପାଇଁ ପଦକ ଜିତି ପାରି ନଥିଲେ । ଏସୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ,୭ ରୌପ୍ୟ ଜିତି ଇତିହାସ ରଚିଥିଲେ ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..