Report Card Odisha

| Daily Odia News

ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଉଦାରଚେତା ହେବେ। ଦାନଧର୍ମରେ ଦୀକ୍ଷିତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି।
ବୃଷ : ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବ ବିକାଶ ସମ୍ଭବ ହେବ। ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ମଧୁରଭାଷାରେ ପରକୁ ଆପଣାର କରିବେ। ପ୍ରେମୀ ଓ ସାହସୀ ହେବେ।
ମିଥୁନ : ଦୈବୀ ବଳରେ ମହାଶକ୍ତି ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ।
କର୍କଟ : ସଂଯମପୂର୍ଣ୍ଣ ସତ୍‌ ଚରିତ୍ରର ନିଦର୍ଶନ ହୋଇପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଧନସମ୍ପଦ ଭରପୂର ରହିବ। ମିଷ୍ଟାନ୍ନ ଭୋଜନ ପ୍ରାପ୍ତ ହେବ। ମୋକଦ୍ଦମାରେ ଜିଣିବେ। ଧନ ଲାଭ ହେବାର ସୂଚନା ମିଳୁଛି।
ସିଂହ : ସାଧନାରେ ସିଦ୍ଧତପା ସାଧୁ ହୋଇପାରନ୍ତି; ମାତ୍ର ଅହଂକାରଶୂନ୍ୟ ହେବା ଆବଶ୍ୟକ। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ପ୍ରବୃତ୍ତିର ହେବେ। ଜଗତ କଲ୍ୟାଣ ପାଇଁ ଧନ ବ୍ୟୟ କରିବେ।
କନ୍ୟା : ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। କର୍ମଚଞ୍ଚଳ ରହିବେ। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ। ଲୋକପ୍ରିୟତା ଅର୍ଜନ କରିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ। ଜ୍ଞାନୀ ହେବେ।
ତୁଳା : ପରିବାର ରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଭବ କଲେ ଗୃହସ୍ଥ ଜୀବନ ମଙ୍ଗଳମୟ ହେବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ବିଛା : ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କଷ୍ଟପ୍ରଦ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ସନ୍ତାନ ପ୍ରାପ୍ତ ହେବେ।
ଧନୁ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ ଓ ମୋହକୁ ପରିତ୍ୟାଗ କରିପାରନ୍ତି। ସତର୍କ ରହିଲେ ବିପଦ ଦୂରେଇ ଯିବ।
ମକର : ସେବା ଭାବନାରେ ଉଦ୍‌ବୋଧ ହୋଇପାରନ୍ତି। ମହିଳାମାନଙ୍କର ଗୃହସ୍ଥ ଧର୍ମ ସର୍ବୋତ୍କୃଷ୍ଟ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ଅହଂଭାବକୁ ବିସର୍ଜନ କରିପାରନ୍ତି।
କୁମ୍ଭ : ନୈତିକତାର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି। ମହନୀୟ କର୍ମସମୂହ ଆପଣଙ୍କୁ ଶ୍ରେଷ୍ଠାସନରେ ଆସୀନ କରିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଶତ୍ରୁତାର ଅବସାନ ଘଟିବ।
ମୀନ : ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ। ପତ୍ନୀଙ୍କ ଅଭୀଷ୍ଟ ସିଦ୍ଧି ପାଇଁ ଯତ୍ନଶୀଳ ହେବେ। ଧନାଗମର ସ୍ରୋତ ଅବ୍ୟାହତ ରହିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ।

Breaking News