ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରେ ଜିଲ୍ଲା ଜଜଙ୍କ ଚାମ୍ବରରେ ଭଙ୍ଗାରୁଜା ମାମଲାରେ ଆଉ ୮ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ଜଣଙ୍କୁ ଗିରଫ କରାଇଥିବା ଜଣାପଡିଛି । ପୂର୍ବରୁ ୧୫ଜଣ ଆଇନଜୀବୀ ଗିରଫ ହୋଇଥିଲେ ଏବେ ପୁଣି ୮ଜଣ ଓକିଲ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ, ଗତ ୭ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ପାଇଁ ଚାଲିଥିବା ଆନ୍ଦୋଳନ ସୋମବାର ଦିନ ଉଗ୍ରରୂପ ନେଇଥିଲା । ଏହି ଘଟଣାରେ ୨୯ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ । ଅନ୍ୟପଟେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବ ବୋଲି ଏସପି ବି.ଗଙ୍ଗାଧର କହିଥିଲେ । ଏସପିଙ୍କ କହିବା ମୁତାବକ, କୋର୍ଟରେ ଭଙ୍ଗାରୁଜା ଘଟଣାରେ ଏବେ ପୁଣି ଗିରଫ କରାଯାଇଛି ।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..