ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସନ୍ଧ୍ୟା ଦେବନାଥନ୍ ମେଟାର ଭାରତୀୟ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଫେସବୁକ୍ର ମୂଳ କମ୍ପାନୀ ମେଟାର ପୂର୍ବତନ ଭାରତୀୟ ମୁଖ୍ୟ ଅଜିତ୍ ମୋହନ କୌଣସି କାରଣବଶତଃ ଚାକିରି ଛାଡ଼ିଥିଲେ। ତାଙ୍କ ସ୍ଥାନରେ ସନ୍ଧ୍ୟା ଏହି ପଦ ପାଇଁ ମନୋନୀତ ହୋଇଛନ୍ତି। ପୂର୍ବରୁ ୨୦୧୭ରେ ସେ ମେଟାରେ ଯୋଗଦେଇଥିଲେ। ସେଇସମୟରେ ଭିଏତନାମ୍ ଓ ସିଙ୍ଗାପୁରର ବ୍ୟାବସାୟିକ ଦଳ ସହ କାମ କରି ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ପ୍ରତିଭାକୁ ଦେଖି ମେଟା ପୁରସ୍କୃତ ମଧ୍ୟ କରିଥିଲା। ପୁଣିଥରେ ତାଙ୍କୁ ସେହି ପୂର୍ବ କମ୍ପାନୀରେ କାମ କରିବାର ସୁଯୋଗ ମିଳିଛି। ଆନ୍ଧ୍ରପ୍ରଦେଶରେ ସନ୍ଧ୍ୟାଙ୍କ ଜନ୍ମ, ପିଲାଟିଦିନରୁ ତାଙ୍କ ପାଠ ପଢ଼ା ପ୍ରତି ପରିବାରଲୋକ ସବୁଠୁ ଅଧିକ ଗୁରୁତ୍ବ ଦେଉଥିଲେ। ଇଂଜିନିୟରିଂ ପଢ଼ା ପରେ ସେ ଦିଲ୍ଲୀ ଉଚ୍ଚଶିକ୍ଷା ପାଇଁ ଗଲେ। ସେଇ ସମୟରୁ ବଡ଼ବଡ଼ କମ୍ପାନୀରେ ସନ୍ଧ୍ୟା ଚାକିରି ଆବେଦନ କଲେ। ଆମେରିକାର ସବୁଠୁ ବଡ଼ ବ୍ୟାଙ୍କ୍ରେ ପ୍ରଥମେ ତାଙ୍କୁ ସୁଯୋଗ ମିଳିଲା। ଧୀରେଧୀରେ ସେ ସଫଳତାର ପାହାଚ ଚଢ଼ିଲେ। ଅନ୍ତର୍ଜାତୀୟସ୍ତର କମ୍ପାନୀରେ କାମ କରିଥିବା ସନ୍ଧ୍ୟାଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ଅନ୍ୟମାନେ ମଧ୍ୟ ପ୍ରେରଣା ପାଇଛନ୍ତି । ୨୦୨୩ ଜାନୁୟାରୀ ପ୍ରଥମ ସପ୍ତାହରେ ସେ ମେଟା ଭାରତୀୟ ମୁଖ୍ୟ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି।
Discussion about this post