Report Card Odisha

| Daily Odia News

ନୌସେନାରେ ସାମିଲ ହେଲା ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌’ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ମୋର୍‌ମୁଗାଓ’ | ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି । ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଭାରତୀୟ ନୌସେନା ଯୁଦ୍ଧପୋତ ଡିଜାଇନ୍‌ ଓ ନିର୍ମାଣ କରିବାର ସାମର୍ଥ୍ୟ ହାସଲ କରିଛି। ବର୍ଷକ ପରେ ଆମେ ‘ଡେଷ୍ଟ୍ରୟର୍‌ ମୋର୍‌ମୁଗାଓ’କୁ ନୌସେନାରେ ସାମିଲ କରି ସ୍ବଦେଶୀ ଯୁଦ୍ଧପୋତ ନିର୍ମାଣ ଇତିହାସରେ ଆଜି ଆଉ ଗୋଟାଏ ଗୁରୁତ୍ବପୂର୍ଣ୍ଣ ସାଫଲ୍ୟ ସଂଯୋଗ କଲୁ। ବର୍ଷକରୁ ଅଧିକ ଦିନ ତଳେ ‘ବିଶାଖାପଟନମ୍‌’ ନାମରେ ଏ ପ୍ରକାର ଆଉ ଗୋଟାଏ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ‘ସିଡିଏସ୍‌’ ଜେନେରାଲ୍‌ ଅନୀଲ ଚୌହାନ୍‌, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Breaking News