Report Card Odisha

| Daily Odia News

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୁଗୁଲ ସିଇଓ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଗୁଲର ସିଇଓ ସୁନ୍ଦର ପିଚାଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସେ ଭାରତର ଜି-୨୦ ସଭାପତିତ୍ବକୁ ସବୁ ପ୍ରକାରର ସମର୍ଥନ କରାଯିବ ବୋଲି କହିଛନ୍ତି ।ବୈଠକ ପରେ ପିଚାଇ ଏକ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତରେ ଦ୍ରୁତ ପ୍ରଯୁକ୍ତିଗତ ପରିବର୍ତ୍ତନର ହେଉଥିବା ଦେଖିବା ପ୍ରେରଣାଦାୟକ । ଭାରତ ସହ ଗୁଗୁଲର ଦୃଢ଼ ଭାଗିଦାରୀକୁ ଆଗକୁ ଜାରି ରଖାଯିବ । ଜି-୨୦ ମଞ୍ଚରେ ଭାରତର ମୁକ୍ତ ଇଣ୍ଟରନେଟ୍ ବିଷୟରେ ଆଲୋଚନାକୁ ସେ ସମର୍ଥନ କରିଛନ୍ତି । ସୁନ୍ଦର ପିଚାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଭାରତର ପ୍ରଗତିର ଗତିକୁ ତ୍ୱରାନ୍ୱିତ କରିଛି, ଯାହା ଆମେ ସମଗ୍ର ଦେଶରେ ଦେଖୁଛୁ । ଗୁଗୁଲ୍ କ୍ଷୁଦ୍ର ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ କୁ ସମର୍ଥନ କରୁଛି ଓ ସାଇବର ସୁରକ୍ଷାରେ ପୁଞ୍ଜି ବିନିଯୋଗ କରୁଛି । ଏହା ସହିତ କମ୍ପାନୀ ଶିକ୍ଷା ଏବଂ ଦକ୍ଷତା ତାଲିମ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କମ୍ପାନୀ କୃଷି ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରରେ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ମଧ୍ୟ ପ୍ରୟୋଗ କରୁଛି। ମୋଦୀଙ୍କୁ ଭେଟିବା ପୂର୍ବରୁ ପିଚାଇ ଭାରତର ଟେଲିକମ, ଆଇଟି ତଥା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ ।

Breaking News