ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ପରାମର୍ଶ ଦେଇଥିଲା। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖିଥିଲା। ତେବେ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କଂଗ୍ରେସ ଅଭିଯୋଗ କରି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିଛି। କିନ୍ତୁ ଏହି ଚିଠି ପରେ ବିଜେପିକୁ ଘାରିଛି ସଂକ୍ରମଣ ଭୟ। ଏଥିପାଇଁ ବିଜେପି ପକ୍ଷରୁ ରାଜସ୍ଥାନରେ ଜାରି ରହିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରାଯାଇଛି। ଯାତ୍ରାକୁ ସ୍ଥଗିତ ରଖାଯାଉଥିବା ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଆଜି ସୂଚନା ଦେଇଛନ୍ତି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..