ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖି ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ପରାମର୍ଶ ଦେଇଥିଲା। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଗ୍ରେସକୁ ଚିଠି ଲେଖିଥିଲା। ତେବେ ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା କଂଗ୍ରେସ ଅଭିଯୋଗ କରି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିଛି। କିନ୍ତୁ ଏହି ଚିଠି ପରେ ବିଜେପିକୁ ଘାରିଛି ସଂକ୍ରମଣ ଭୟ। ଏଥିପାଇଁ ବିଜେପି ପକ୍ଷରୁ ରାଜସ୍ଥାନରେ ଜାରି ରହିଥିବା ଜନ ଆକ୍ରୋଶ ଯାତ୍ରାକୁ ବନ୍ଦ କରାଯାଇଛି। ଯାତ୍ରାକୁ ସ୍ଥଗିତ ରଖାଯାଉଥିବା ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଆଜି ସୂଚନା ଦେଇଛନ୍ତି।






More Stories
୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ…..
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ….