ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ସତାରା ଜିଲ୍ଲାରେ ପୁଣେ-ପନ୍ଦରପୁର ରାସ୍ତାର ମାଲଥାନ ନିକଟରେ ବିଜେପି ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବିଧାୟକ ଜୟକୁମାର ଗୋରେଙ୍କ କାର ୩୦ଫୁଟ ତଳକୁ ଖସିପଡ଼ିଥିବା ବେଳେ ବିଧାୟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ିରେ ବିଧାୟକଙ୍କ ସହ ତାଙ୍କ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଥିବା ଜଣାପଡ଼ିଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ସମସ୍ତଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..