ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ସତାରା ଜିଲ୍ଲାରେ ପୁଣେ-ପନ୍ଦରପୁର ରାସ୍ତାର ମାଲଥାନ ନିକଟରେ ବିଜେପି ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବିଧାୟକ ଜୟକୁମାର ଗୋରେଙ୍କ କାର ୩୦ଫୁଟ ତଳକୁ ଖସିପଡ଼ିଥିବା ବେଳେ ବିଧାୟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ିରେ ବିଧାୟକଙ୍କ ସହ ତାଙ୍କ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଥିବା ଜଣାପଡ଼ିଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ସମସ୍ତଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..