ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ୱର କେତେକ ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି | କେନ୍ଦ୍ର ସରକାରଙ୍କ ପରାମର୍ଶ ଓ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ, ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଥିବାର ଏକକାଳୀନ ସମାନ ଧରଣର ମକ୍ ଡ୍ରିଲ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ଫିଭର କ୍ଲିନିକ’ ସୁବିଧା ଉପଲବ୍ଧ ରହିବ। ଲୋକମାନେ ଯେପରି ସ୍ୱେଚ୍ଛାକୃତ ଭାବେ ମାସ୍କ ବ୍ୟବହାର ସହ ହାତ ଧୋଇବା, ଲକ୍ଷଣ ଦେଖାଦେଲ ନିଜେ ଆଇସୋଲେସନରେ ରହିବା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଆଦି ସମ୍ପର୍କରେ ପରାମର୍ଶ ଜାରି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଏକ ବୈଠକ ବସି ରାଜ୍ୟରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏହି ମକ୍ ଡ୍ରିଲ୍ ସମୟରେ ହସ୍ପିଟାଲଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଅକ୍ସିଜେନ୍ ପ୍ଲାଂଟ୍ , ଭେଣ୍ଟିଲେଟର , ମାନବ ସମ୍ବଳ ଓ ଲଜିଷ୍ଟିକ ଆଦି ଉପରେ ଗୁରୁତ୍ୱ ଦେବେ । ହସ୍ପିଟାଲଗୁଡ଼ିକ କେଉଁଭଳି ପ୍ରସ୍ତୁତି କରିବେ ସେ ନେଇ ଭାରତ ସରକାରଙ୍କ କୋଭିଡ୍ ଇଣ୍ଡିଆ ପୋର୍ଟାଲରେ ୨୪ ତାରିଖ ସୁଦ୍ଧା ରାଜ୍ୟର ହସ୍ପିଟାଲଗୁଡ଼ିକରେ କୋଭିଡ୍ ମୁକାବିଲା ସ୍ଥିତି ଓ ଭିତ୍ତିଭୂମି ତଥ୍ୟ ସଂକ୍ରାନ୍ତରେ ଜାଣିବା ନିମନ୍ତେ ଏକ ଫର୍ମ ଉପଲବ୍ଧ ହେବ । ଯାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅବା ମେଡିକାଲର ପ୍ରଶାସନିକ ଅଫିସର ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ପୂରଣ କରି ନିଶ୍ଚିତ ଭାବେ ଅପଲୋଡ୍ କରିବେ।






More Stories
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..