ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ ହୋଇଛନ୍ତି । ଗୁଜରାଟ ପୋଲିସ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଥିବା ଜଣାପଡ଼ିଛି। କ୍ରାଉଡଫଣ୍ଡିଂ ଜରିଆରେ ସେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାକେତ ଗୋଖଲେଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଗିରଫ କରିଛି। ତାଙ୍କୁ ଏବେ ଅନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ଏଠାକୁ ଅଣାଯାଉଛି। ସେ ପୋଲିସ ଟିମ ସହ ଆଜି ଅପରାହ୍ନ ସୁଦ୍ଧା ଗୁଜରାଟରେ ପହଞ୍ଚିବେ। ଏହାପୂର୍ବରୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ସାକେତଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ପରେ ସେଠାକୁ ଯାଇଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ମିଥ୍ୟା ଖବରକୁ ସାକେତ ଭାଇରାଲ କରିଥିଲେ।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..