ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତକୁ ନବ ବର୍ଷର ଅଭିନନ୍ଦନ ଜଣାଇବା ସହିତ ‘ଜି୨୦’ ଓ ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ଅଧ୍ୟକ୍ଷତା ଜନତାଙ୍କ ହିତାର୍ଥେ ବହୁପାକ୍ଷିକ ରୁଷ୍-ଭାରତ ସହଯୋଗ ଗଠନ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଥିବା କଥା କ୍ରେମ୍ଲିନ୍ ସାଇଟ୍ରେ ରିଲିଜ୍ କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇଥିବା ବାର୍ତ୍ତାରେ ପୁଟିନ୍ କହିଛନ୍ତି ଯେ, ୨୦୨୨ରେ ରୁଷ୍ ଓ ଭାରତ ସେମାନଙ୍କ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି। ବନ୍ଧୁତ୍ବର ସକାରାତ୍ମକ ପ୍ରଥା ଓ ପାରସ୍ପରିକ ସମ୍ମାନକୁ ଆଦରି ଦୁଇ ଦେଶ ସେମାନଙ୍କର ବିଶେଷ ରଣନୈତିକ ସହଭାଗିତା ବିକାଶ କରିବା ସହିତ ଶକ୍ତି, ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ସହଯୋଗିତା କ୍ଷେତ୍ର ସମେତ ବଡ଼ଧରଣର ବାଣିଜ୍ୟ ଓ ଅର୍ଥନୈତିକ ପ୍ରକଳ୍ପ ସମ୍ପନ୍ନ କରିବେ। ଏହାଛଡ଼ା, ଆଞ୍ଚଳିକ ଓ ବୈଶ୍ବିକ ଆଜେଣ୍ଡାର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ସମାଧାନ ଦିଗରେ ମଧ୍ୟ ଦୁଇ ଦେଶ ସମ୍ମିଳିତ ଉଦ୍ୟମ କରିବେ। ଏହା ପୂର୍ବରୁ ବୁଧବାର ଦିନ ଭାରତସ୍ଥିତ ଇଂଲଣ୍ଡ୍ର ରାଷ୍ଟ୍ରଦୂତ ଆଲେକ୍ସ୍ ଏଲିସ୍ କହିଛନ୍ତି, ୨୦୨୨ ଥିଲା ଭାରତ ଓ ଇଂଲଣ୍ଡ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ବର୍ଷ। ଏ ବର୍ଷ ଭାରତ ଓ ଇଂଲଣ୍ଡ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିଛନ୍ତି। ଅର୍ଥନୈତିକ ସମ୍ପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ, ଭାରତ ଏବଂ ଇଂଲଣ୍ଡ୍ ଚଳିତ ବର୍ଷ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଆରମ୍ଭ କରିଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….