ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ଝାଜରରେ ପୂର୍ବତନ ମନ୍ତ୍ରୀ ମନଙ୍ଗେ ରାମ ରାଠୀଙ୍କ ପୁଅ ଜଗଦୀଶ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବାକୁ ଜଗଦୀଶଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଇଏନଏଲଡିର ରାଜ୍ୟ ମୁଖ୍ୟ ନାଫେ ସିଂହ ରାଠୀ ଓ ଅନ୍ୟ ୫ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଝାଜର ଏସ୍ପି ୱାସୀମ ଆକ୍ରମ କହିଛନ୍ତି, “୫୫ ବର୍ଷୀୟ ଜଗଦୀଶ ବୁଧବାର ସନ୍ଧ୍ୟାରେ ବିଷ ପିଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ୬ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ମାମଲା ହୋଇଛି। ଏମାନଙ୍କ ମଧ୍ୟରେ ଆଇଏନଏଲଡିର ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କ ନାଁ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ସେ ବିଷ ପିଇ ଜୀବନ ହାରିଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ସବୁ କିଛି ସ୍ପଷ୍ଟ ହେବ।” ତେବେ ନାଫେ ସିଂହ ରାଠୀଙ୍କ ଫୋନ ବନ୍ଦ ଥିବା ବେଳେ ପୂରା ଘଟଣା ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..