ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ସହରରେ ଲକ୍ଷ୍ମୀ ଟକିଜ ଫ୍ଲାଇଓଭର ଉପରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତ୍ର ହେଲେ କ୍ଲିଫଡ କୁଜୁର। ସୂଚନା ଅନୁସାରେ ସେଣ୍ଟ ଜୋସେଫ୍ ସ୍କୁଲର ଛାତ୍ର କ୍ଲିଫଡ କୁଜୁର ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର। ସ୍କୁଲରୁ ପରୀକ୍ଷା ଦେଇ ଘରକୁ ଫେରିଲା ବେଳେ ସେ ଲକ୍ଷ୍ମୀ ଟକିଜ ନିକଟ ଫ୍ଲାଏଓଭରରୁ ତଳକୁ ଖସିପଡ଼ିଥିଲେ। ପ୍ରାୟ ୨୦ ମିଟର ଉପରୁ ତଳକୁ ପଡ଼ିଥିବାରୁ କ୍ଲିଫଡଙ୍କ ଅବସ୍ଥା ଗୁରୁତର ରହିଛି | ପୋଲିସ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଥିବାରୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
Discussion about this post