ରିପୋର୍ଟ କାର୍ଡ / କଟକ
ଆଜି କଟକରେ ଏପରି ଏକ ଘଟଣା ଘଟିଛି ଯାହାକି ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରାଇବା ସମେତ ସାରା ରଜୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିସହିତ ମା ନାଁରେ କଳଙ୍କ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ କଟକର ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ ଏକ ଘରୁ ଜଣେ ମାଆ ଓ ପୁଅର ମୃତ ଦେହ ଉଦ୍ଧାର ହୋଇଛି । ତେବେ ଘର ଭିତରୁ ମାର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୁଅର ତଣ୍ଟି କଟା ହୋଇଥିବା ଦେଖିବାକୁ ମିଳିଛି । ଯାହାକି ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଘରେ କେହି ନଥିବାରୁ ମୃତ୍ୟୁର କାରଣ ଜଣାପଡି ନାହିଁ । ଅନ୍ୟପକ୍ଷେ ପରିପାର୍ଶ୍ଵିକ ପରିସ୍ଥିତିକୁ ଦେଖିଲେ ଏପରି ଲାଗୁଛି ପ୍ରଥମେ ମାଆ ୨ ବର୍ଷର ଶିଶୁର ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହି ଘଟଣା ସମ୍ପର୍କରେ ମଧୁପାଟଣାଥାନା ପୋଲିସ ଖବର ପାଇ ଘଠମାସ୍ଥଳରେ ପହଂଚିଛି । ଏଥିସହତ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….