ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ବାୟୋଟେକ କୁ ଆଉ ଏକ ସଫଳତା ମିଳିଛି | ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା। ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACCକୁ ଲଞ୍ଚ କରିବ। ଏନେଇ କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଭୋପାଲରେ ଇଣ୍ଡିଆନ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଇଲ୍ଲା ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଗାଈଙ୍କ ଦେହରେ ଦେଖା ଯାଉଥିବାର ଲୁମ୍ଫି ଚର୍ମ ରୋଗର ମୁକାବିଲା ପାଇଁ Lumpi-ProVacIndକୁ ଆସନ୍ତା ମାସରେ ଲଞ୍ଚ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ ନାଜାଲ ଟିକାର ଶୁଭାରମ୍ଭ ହେବ। ସେ କହିଛନ୍ତି, ଆମର ନାଜାଲ ଟିକା ବିଧିବଦ୍ଧ ଭାବେ ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସରେ ଲଞ୍ଚ ହେବ। ଲୋକମାନେ ବେଶ ସହଜରରେ ଏହାକୁ ନେଇ ପାରିବେ। ଏହାର ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଭାରତ ବାୟୋଟେକ ଘୋଷଣା କରିଥିଲା ଯେ ଏହି ଇଣ୍ଟରନାଜାଲ କରୋନା ଟିକାକୁ କମ୍ପାନୀ ଡୋଜ୍ ପିଛା ୩୨୫ ଟଙ୍କାରେ ସରକାରଙ୍କୁ ବିକ୍ରି କରିବ। ସେହିପରି ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ଦାମ ଡୋଜ୍ ପିଛା ୮୦୦ ଟଙ୍କା ରହିବ। ୧୮ ବର୍ଷରୁ ଅଧିକ ବୟସ୍କମାନେ ନାଜାଲ ଟିକା ନେଇପାରିବେ। ଏହା ଅତ୍ୟନ୍ତ ସହଜ। ୨ଟି ଯାକ ନାକ ପୁଡ଼ାରେ ୪ ଡ୍ରପ୍ ଲେଖାଏ ମୋଟ ୦.୫ ଏମଏଲର ଟିକା ନେବାକୁ ହେବ। ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ନାକରେ କିଛି ସମୟ ପାଇଁ ବ୍ଲକେଜ ଆସିପାରେ। କିନ୍ତୁ ଏହା ଅତ୍ୟନ୍ତ ସୁରକ୍ଷିତ ଟିକା ବୋଲି ପରୀକ୍ଷାରୁ ଜଣାପଡ଼ିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..