ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଶହଡୋଲରେ ବନ୍ଦ ହୋଇ ପଡିଥିବା କୋଇଲା ଖଣିରେ ୪ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଖଣିର ଟି ବନ୍ଦ ହୋଇ ପଡ଼ିଥିବାରୁ ବିଷାକ୍ତ ଗ୍ୟାସ ଯୋଗୁଁ ଯୁବକ ମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ କୋଇଲା ଚୋରି ଉଦ୍ଦେଶ୍ୟରେ ଶହଡୋଲ କୋଇଲା ଖଣିରେ ଯୁବକ ମାନେ ପ୍ରବେଶ କରିଥିଲେ । ଖଣିର ବିଷାକ୍ତ ଗ୍ୟାସ କାରଣରୁ ଯୁବକ ମାନେ ଅଣ ନିଃଶ୍ୱାସୀ ହେବା ସହ ମୃତ୍ୟୁ ହୋଇଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି | ସମସ୍ତ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଦିଆଯାଇଛି । ମୃତକ ମାନେ ଧନପୁରୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।






More Stories
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..