ରିପୋର୍ଟ କାର୍ଡ / କଟକ
ରାଜ୍ୟରେ ନକଲି ଡାକ୍ତରଙ୍କୁ ଠାବ କରାଯିବ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କର ସାର୍ଟିଫିକେଟ୍ ଯାଞ୍ଚ କରାଯିବ। ଯେଉଁ ଡାକ୍ତର ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ସ୍ପେଶାଲିଷ୍ଟ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି, ସେମାନଙ୍କର ବି ସବିଶେଷ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ହେବ। ଏଭଳି ପ୍ରକ୍ରିୟାରେ ଧରାପଡ଼ିଥିବା ନକଲି ଡାକ୍ତରଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଏହିଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….