ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ମୋରେନାରେ ଏୟାରଫୋର୍ସର ୨ଟି ବିମାନ ସୁଖୋଇ ୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ, ୨ଟି ଯାକ ବିମାନ ମଧ୍ୟପ୍ରଦେଶର ଗ୍ୱାଲିଅର ଏୟାରବେସରୁ ଉଡାଣ ଭରିଥିଲେ, ଯେଉଁଠାରେ ଅଭ୍ୟାସ ଚାଲିଥିଲା । ୟୁପିର ଆଗ୍ରାରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ରାଜସ୍ଥାନର ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ଭାଗ୍ୟବଶତଃ ଏହି ଦୁର୍ଘଟଣାଟି ଆବାସିକ ଅଞ୍ଚଳରେ ହୋଇନାହିଁ । କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……