Report Card Odisha

| Daily Odia News

ଭାରତ ଯୋଡା ଯାତ୍ରାରେ ସୁରକ୍ଷା ତ୍ରୁଟି,ଗୃହମନ୍ତ୍ରୀଙ୍କୁ ଚିଠି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜମ୍ମୁକଶ୍ମୀରରେ ପହଞ୍ଚି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏହି ଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ଉପଯୁକ୍ତ ସୁରକ୍ଷା ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ। ଚିଠି ମାଧ୍ୟମରେ କଂଗ୍ରେସ ଦଳ ପକ୍ଷରୁ ଅନେକ ଦାବି କରିଛନ୍ତି ମଲ୍ଲିକାର୍ଜୁନ ଖାଡଗେ। ଏଥିସହ ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ସହ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ଖାଡଗେ। ସୂଚନା ଅନୁସାରେ- ଶୁକ୍ରବାର ଜମ୍ମୁ-କଶ୍ମୀରରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ବେଳେ ବ୍ୟାପକ ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଥିପାଇଁ ଏହି ଯାତ୍ରାକୁ ସ୍ଥଗିତ କରିବାକୁ ପଡିଥିଲା। ଆସନ୍ତା ଦୁଇ ଦିନରେ ଏହି ଯାତ୍ରାରେ ଯୋଗଦେବା ପାଇଁ ଏକ ବିଶାଳ ସମାବେଶ ହେବ। ଜାନୁଆରୀ ୩୦ରେ ଶ୍ରୀନଗରରେ ହେବାକୁ ଥିବା ସମାପନ ସମାରୋହ ହେବ ।ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବ୍ୟାପକ ସୁରକ୍ଷା ଯୋଗାଇବାକୁ ଚିଠି ମାଧ୍ୟମରେ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ।

Breaking News