ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ନାମ ବଦଳି ‘ଅମୃତ ଉଦ୍ୟାନ’ | ଶନିବାର ଏହି ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରାଯାଇଛି | ନାମ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ‘ଅମୃତ ଉଦ୍ୟାନ’ ରଖାଯାଇଛି । ୧୫ଏକର ବିଶିଷ୍ଟ ଏହି ମୋଗଲ ଗାର୍ଡେନ ରାଷ୍ଟ୍ରପତି ଭବନର ଆତ୍ମା ବୋଲି କୁହାଯାଉଛି। ଏଠାରେ ବିଭିନ୍ନ ଦେଶବିଦେଶର ଅନେକ ପ୍ରଜାତିର ଖୁବ ମନୋଲୋଭା ଫୁଲ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..