Report Card Odisha

| Daily Odia News

ସାଂସଦ ନିଖୋଜ ପୋଷ୍ଟର, ଏତଲା ଦେଲା ବିଜେପି…..

ରିପୋର୍ଟ କାର୍ଡ / ସମ୍ବଲପୁର

ରେଢ଼ାଖୋଲ ସହରରେ ଶନିବାର ସକାଳୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ନିଖୋଜ ଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ଡାକ୍ତରଖାନା ଛକରେ ଥିବା ଥଣ୍ତା ପାନୀୟ ଜଳ ପ୍ରକଳ୍ପ ପାଖରେ ଏହି ପୋଷ୍ଟର ଲାଗିଥିଲା। ଏହା ଜଣାପଡ଼ିବା ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ପୋଷ୍ଟରରେ ଲେଖା ଥିଲା ‘ନିଖୋଜ ସାଂସଦ ନିତେଶ ଗଙ୍ଗଦେବ। ଦୀର୍ଘ ୪ ବର୍ଷ ହେଲାଣି ବିଜୟ ପରେ ମାନ୍ୟବର ରାଜକୁମାର ନିଖୋଜ ଅଛନ୍ତି। ଯଦି କେହି ତାଙ୍କୁ ଦେଖିଥିବେ ତାହା ହେଲେ ରେଢ଼ାଖୋଲବାସୀଙ୍କୁ କୁହନ୍ତୁ। ଏହି ପୋଷ୍ଟରକୁ ନେଇ ବିଜେପି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ପୋଷ୍ଟର ଲଗାଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ରେଢ଼ାଖୋଲ ଏନ୍‌ଏସି ଅଧ୍ୟକ୍ଷ ତଥା ସାଂସଦ ପ୍ରତିନିଧି ଶିବରାମ ସାହୁ ରେଢ଼ାଖୋଲ ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ସାଂସଦ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସ୍ଥାନକୁ ଯାଇ ସରାକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସମୀକ୍ଷା କରୁଛନ୍ତି। ହେଲେ କୌଣସି ଅସାମାଜିକ ଗୋଷ୍ଠୀ ସାଂସଦଙ୍କୁ ଓ ବିଜେପିକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ହୀନକାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି। କିଛି ମାସ ଆଗରୁ ସମ୍ବଲପୁର ସହରରେ ବି ଏଭଳି ପୋଷ୍ଟର ଲଗାଯାଇଥିଲା।

 

Breaking News