ରିପୋର୍ଟ କାର୍ଡ / ଭୁବନେଶ୍ବର
ପାହାଡ଼ ତଳକୁ ଯାତ୍ରୀବାହୀ ବସ୍ ଖସି ୨୪ ଜଙ୍କର ମୃତ୍ୟୁ ହୋଇଛି | ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଦକ୍ଷିଣ ଆମେରିକାର ମହାଦ୍ୱିପରେ ସ୍ଥିତ ପେରୁ ଅଞ୍ଚଳରେ। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ପାହାଡ଼ ଉପରୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ହିଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ହେତିର କିଛି ଲୋକେ ଥିବା ପୁଲିସ କହିଛି। କାରଣ ପେରୁରେ ହେତି ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେରୁର ଉତ୍ତରରେ ଥିବା ଏଲ୍ ଆଲ୍ଟୋ ଜିଲ୍ଲାର କମ୍ପାନୀ ର ଏକ ବସ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ବସରୁ ଡେଇଁପଡି ନିଜକୁ ରକ୍ଷା କରିଥିଲେ, କିନ୍ତୁ ଅଧିକାଂଶ ଭିତରେ ଫସି ରହିଥିଲେ। ଆହତ ଯାତ୍ରୀମାନଙ୍କୁ ଲିମାଠାରୁ ପ୍ରାୟ ୧୦୦୦କିଲୋମିଟର ଉତ୍ତରରେ ଥିବା ଏକ ଲୋକପ୍ରିୟ ରିସର୍ଟ ଏଲ୍ ଆଲ୍ଟୋ ଏବଂ ମାନକୋରାର ଡାକ୍ତରଖାନାକୁ ନିଆଯାଇଛି, ସେଠାରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..