ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ଏପ୍ରିଲ ୧ ମଦ ଦର ବୃଦ୍ଧି ହେବାକୁ ଯାଉଛି। ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ଯୋଗୀ ସରକାର ନୂତନ ଏକ୍ସାଇଜ୍ ନୀତିକୁ ଅନୁମୋଦନ କରିଛନ୍ତି। ଉତ୍ତରପ୍ରଦେଶ କ୍ୟାବିନେଟ ବୈଠକରେ ମଦ ଏବଂ ବିୟର ବାରର ଲାଇସେନ୍ସରେ ୧୦ ପ୍ରତିଶତ ବୃଦ୍ଧି ଅନୁମୋଦନ କରାଯାଇଛି। ନୂତନ ଏକ୍ସାଇଜ୍ ପଲିସି ୨୦୨୩-୨୪ ପାଇଁ ଏହା ହେବାକୁ ଯାଉଛି । ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଲାଇସେନ୍ସ ଶୁଳ୍କ ବୃଦ୍ଧି ହେତୁ ମଦ ଦର ବୃଦ୍ଧି ପାଇବାକୁ ଯାଉଛି। ଯୋଗୀ ସରକାର ଆସନ୍ତା ଆର୍ଥିକ ବର୍ଷରେ ମଦ୍ୟପାନ ଏବଂ ମଦ ମାଧ୍ୟମରେ ୪୫,୦୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ନୂତନ ଏକ୍ସାଇଜ୍ ପଲିସି ଅଧୀନରେ ବିୟର ବାର, ବିଦେଶୀ ମଦ ଦୋକାନ ଏବଂ ଚୁକ୍ତିନାମା ଲାଇସେନ୍ସ ଶୁଳ୍କ ବୃଦ୍ଧି କରାଯାଉଛି । ସମସ୍ତ ଘରୋଇ ତଥା ବିଦେଶୀ ମଦ, ବିୟର, ଦୋକାନ ଏବଂ ମଡେଲ ଦୋକାନଗୁଡିକର ଲାଇସେନ୍ସ ନବୀକରଣକୁ ସରକାର ଅନୁମୋଦନ କରିଛନ୍ତି ଯେଉଁଥିରେ ସେମାନଙ୍କ ଦେୟ ବୃଦ୍ଧି କରାଯିବ। ଏହା ସହିତ ମଦ ଗୋଦାମଗୁଡ଼ିକର ଲାଇସେନ୍ସ, ପଞ୍ଜୀକରଣ ଏବଂ ମାଷ୍ଟର ଗୋଦାମର ନବୀକରଣ ପାଇଁ ଦେୟ ମଧ୍ୟ ବୃଦ୍ଧି କରାଯିବାନେଇ ଜଣାପଡିଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..