ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଆଗାମୀ ବଜେଟ୍ ଅଧିବେଶନ ନିମନ୍ତେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଏହି ବୈଠକ ଡକାଇଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ପାର୍ଲାମେଣ୍ଟର ଆନେକ୍ସ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ କାମନା କରିବେ। ମାତ୍ର ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ ସୀମା ବିବାଦ, ଦରଦାମ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି। ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପନ କରାଯିବ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..