ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି | ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି। ନବ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ବିଜେଡିର ସମସ୍ତ ନେତା ମନ୍ତ୍ରୀ ନବ ଦାସଙ୍କୁ ଶେଷ ଦର୍ଶନ କରିଛନ୍ତି | ମନ୍ତ୍ରୀମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଝାରସୁଗୁଡ଼ାରେ ନବ ଦାସଙ୍କ ଶେଷକୃତ୍ୟ ହେବ |






More Stories
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..