ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍ଘାଟନ ବା ‘ଅମୃତ ଉଦ୍ୟାନ’ ଭାବେ ପୁନର୍ନାମିତ ରାଷ୍ଟ୍ରପତି ଭବନ ଉଦ୍ୟାନର ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’। ଏହି ଅପରୂପ ସୌନ୍ଦର୍ଯ୍ୟଭରା ଉଦ୍ୟାନକୁ ପ୍ରତିବର୍ଷ ଗୋଟିଏ ଥର ସର୍ବସାଧାରଣଙ୍କ ପାଇଁ ଖୋଲାଯାଏ। ଜାନୁଆରି ୩୧ ମଙ୍ଗଳବାରଠାରୁ ଲୋକମାନେ ଏହି ଉଦ୍ୟାନକୁ ଯାଇପାରିବେ। ଏ ବର୍ଷ ଅମୃତ ଉଦ୍ୟାନ ଜାନୁଆରି ୩୧ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରବିବାର ରାଷ୍ଟ୍ରପତି ଭବନରୁ ଜାରି ବିବୃତିରେ କୁହାଯାଇଛି। ମାର୍ଚ୍ଚ ୨୮ରୁ ୩୧ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଏହା ଖୋଲା ରହିବ,- ଯଥା କୃଷକଙ୍କ ପାଇଁ ମାର୍ଚ୍ଚ ୨୮ରେ; ଭିନ୍ନକ୍ଷମଙ୍କ ପାଇଁ ୨୯ରେ; ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଓ ପୁଲିସ ପାଇଁ ୩୦ରେ ଏବଂ ଆଦିବାସୀ ମହିଳାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ସମେତ ମହିଳାଙ୍କ ପାଇଁ ମାର୍ଚ୍ଚ ୩୧ରେ ଖୋଲା ରହିବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..