ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଓ ଆର୍ଥିକ ବର୍ଷ ୨୦୨୩-୨୪ ର ସାଧାରଣ ବଜେଟ୍ ଉପରେ ଚର୍ଚ୍ଚା ହେବ। ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଉପରେ ସାଧାରଣ ରାୟ ନେବା ପାଇଁ ଗତକାଲି ରାଜନୀତିକ ଦଳର ନେତାଙ୍କ ସର୍ବଦଳୀୟ ବୈଠକ ଡକାଇଥିଲେ ସରକାର। ବଜେଟ୍ର ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନ ସମୟରେ ୨୭ କାର୍ଯ୍ୟ ଦିବସ ରହିଛି। ବିରୋଧୀ ସରକାରଙ୍କୁ ଦରବୃଦ୍ଧି, ରୋଜଗାର, ଚୀନ୍ ସହ ସୀମା ବିବାଦ, ଅର୍ଥବ୍ୟବସ୍ଥା ସହ ଅନ୍ୟ ଘଟଣାକୁ ନେଇ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। କଂଗ୍ରେସ ନେତା ଚୀନ୍ ଉପରେ ଚର୍ଚ୍ଚା କରିବାକୁ ଚାହୁଥିବାବେଳେ, ତୃଣମୂଳ କଂଗ୍ରେସ, ବାମଦଳ, ଆରଏସପି ସହ ଅନ୍ୟ ବିରୋଧୀ ଦଳ ମହଙ୍ଗା ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଦି ଉପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି। ସଂସଦୀୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ୍ ରାମ ମେଘୱାଲ କହିଛନ୍ତି; ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ତାଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ଏହାପରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ରେ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..