ରିପୋର୍ଟ କାର୍ଡ / କଟକ
ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ କ୍ୟାବିନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି | ପ୍ରାଥମ ପର୍ଯ୍ୟାୟରେ ୧୦ଟି ଜଜ୍ସିପରେ ଏହା ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରି ୩ରେ ବାଲେଶ୍ବର, ବ୍ରହ୍ମପୁର , ଭଦ୍ରକ, ଭବାନୀପାଟଣା, ଭୁବନେଶ୍ବର,ବଲାଙ୍ଗୀର, ଜୟପୁର, ପୁରୀ, ରାଉରକେଲା, ସମ୍ବଲପୁରରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ ହେବ ବୋଲି ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ପ୍ରତିଷ୍ଠା କରାଯିବ। ଏହି ସବୁ ସ୍ଥାନରେ ଭିସି କ୍ୟାବିନ କିଭଳି ଠିକରେ କାର୍ଯ୍ୟ କରିବ ସେଥି ପାଇଁ କର୍ମଚାରୀଙ୍କୁ ନିୟୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭିସି କ୍ୟାବିନରେ ଇ-ଫାଇଲିଂ, ମେନ୍ସନିଂ, ରିମୁଭାଲ ଅଫ୍ ଡିଫେକ୍ଟସ୍, ମାମଲାର ଭର୍ଚୁଆଲ ଶୁଣାଣି, ସାର୍ଟିଫାଏଡ କପି ମଞ୍ଜୁର ଓ ଅନ୍ୟାନ୍ୟ ବ୍ୟବସ୍ଥା ଏସଓପି ଅନୁସାରେ ରହିବ। ଏହି ସବୁ ଭିସି କ୍ୟାବିନ ଭର୍ଚୁଆଲ ହାଇକୋର୍ଟ ଭଳି କାର୍ଯ୍ୟ କରିବ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….