Report Card Odisha

| Daily Odia News

ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା କାଲିଠାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ । ଏଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାସରିଛି। ତେବେ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ନଜରକୁ ଆସିଛି। କିଭଳି ପ୍ରଶ୍ନ ଆସିବ, ପ୍ରାକ୍ଟିକାଲ ପରୀକ୍ଷା କେତେ ମାର୍କର ହେବ ଏପରି ବିଭିନ୍ନ ପ୍ରଶ୍ନ ଉଠିବା ପରେ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି ଯେ ରେଗୁଲାଇ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ସିଲାବସ୍‌ ଓ ଏକ୍ସ-ରେଗୁଲାର(୨୦୨୦ ପୂର୍ବରୁ ପଞ୍ଜୀକୃତ) ପରୀକ୍ଷାର୍ଥୀଙ୍କ ଲାଗି ସଂକ୍ଷିପ୍ତ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ଆସିବ। କେଉଁ ବିଷୟରେ କିଭଳି ପ୍ରଶ୍ନ ଓ କେତେ ମାର୍କ ଆସିବ ‌ସେନେଇ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ନିଜ ସ୍ତରରେ ପରୀକ୍ଷାର୍ଥୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

Breaking News