Report Card Odisha

| Daily Odia News

ବସ୍‌ ଭିତରେ ପଶିଗଲା କାର୍‌,୪ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ବସ୍‌ ଭିତରେ କାର୍‌ ପଶି ୪ ଜଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଆଜି ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ମହାଲକ୍ଷ୍ମୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁଜରାଟରୁ ମୁମ୍ବାଇ ଆସୁଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ଲଗ୍‌ଜୁରୀ ବସ୍‌କୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ବସ୍‌ ଭିତରେ ପଶି ମଧ୍ୟ ଯାଇଥିଲା । ଏହି ଘଟଣାରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଡ୍ରାଇଭର ଓ ତିନି ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ଜଣାପଡିଛି। ଖବର ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ବସ୍‌ ଭିତରୁ କ୍ରେନ୍‌ ସାହାଯ୍ୟରେ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି।

Breaking News