ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷିଆର ସୈନ୍ୟ ପ୍ରତିରୋଧ ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଟ୍ୟାଙ୍କ ପଠାଇବାକୁ ଅନୁରୋଧ କରୁଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭୋଲୋଡିମିର ଜେଲେନସ୍କିଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଫେରାଇ ନେଇଛନ୍ତି। ବାଇଡେନ ୟୁକ୍ରେନକୁ ଏଫ୍-୧୬ ଯୁଦ୍ଧ ବିମାନ ପଠାଇବାକୁ ମନା କରି ଦେଇଛନ୍ତି। ୨୪ ଫେବୃଆରୀ ୨୦୨୨ରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ସୈନିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ୟୁକ୍ରେନର ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା ୟୁକ୍ରେନକୁ ଏଫ୍-୧୬ ଯୁଦ୍ଧ ବିମାନ ପଠାଇବ ନାହିଁ। ସେ ୟୁକ୍ରେନକୁ ଏଫ୍-୧୬ ଯୁଦ୍ଧ ବିମାନ ପଠାଇବେ କି ନାହିଁ ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି, ‘ନା’। ରୁଷିଆ ବିରୋଧ ଯୁଦ୍ଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଯୁଦ୍ଧ ବିମାନ ଦାବି କରିଥିଲେ, କିନ୍ତୁ ବାଇଡେନ ଏଫ୍-୧୬ ଯୁଦ୍ଧ ବିମାନ ଦେବାକୁ ମନା କରି ଦେଇଛନ୍ତି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..