ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖରେ ସରିବ । ଏଥିପାଇଁ ପରୀକ୍ଷାର୍ଥୀମାନେ ସକାଳ ୯ଟା ୩୦ରୁ ଲ୍ୟାବ୍ ମଧ୍ୟକୁ ପ୍ରବେଶ କରିସାରିଛନ୍ତି। ପ୍ରଥମ ସିଟିଂ ୧୦ଟା ରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବାକୁ ଥିବା ସୂଚନାମିଳିଛି । ସେହିପରି ଦ୍ଵିତୀୟ ସିଟିଂ ଅପରାହ୍ନ ୨ ଟାରୁ ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନ ଷ୍ଟ୍ରିମ୍ରେ ପଦାର୍ଥବିଜ୍ଞାନ, ଉଭିଦ ବିଜ୍ଞାନ, ଜୀବ ବିଜ୍ଞାନ, ବିଜ୍ଞାନ, ରସାୟନ ଇନଫରମେସନ୍ ଟେକ୍ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ। ସେହିପରି ବାଣିଜ୍ୟ ଷ୍ଟ୍ରିମ୍ରେ ଆକାଉଣ୍ଟାସି, ବିଏମ୍ସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ନୃତତ୍ୱ, ମନସ୍ତତ୍ଵ, ଓ ଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଜୁକେସନ ଭଳି ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଚଳିତବର୍ଷ ୩,୩୮,୭୪୭ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିରୁ କଳାରେ ୨,୧୯,୧୧୦ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ ଜଣ ରହିଛନ୍ତି । ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍ଏସ୍ରେ ଦାଖଲ ହେବ। ସୂଚନାମୁତାବକ ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..