ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ପ୍ରଜ୍ଞାଦିପ୍ତ ଭାବ ନେଇ ଆପଣ ସାଧାରଣ ନୁହନ୍ତି; ଅସାଧାରଣ ଯାହା ଆଦର୍ଶର ଶାଣିତ୍ୟ ସତ୍ୟ। ଈଶ୍ବର ଭକ୍ତିରେ ଶକ୍ତସମ୍ପନ୍ନ ହେବେ। ଭାଷା ମଧୁର ଓ ମାର୍ଜିତ ହେବ। ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ବୃଷ: ଦିବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିବ। ଭାଗ୍ୟଲକ୍ଷ୍ମୀଙ୍କର କୃପା ପାତ୍ର ହେବେ। ନିକିତି ଧରିବାରେ ଟାଳଟୁଳ ନ କଲେ ଭଣ୍ଡାର ପରିପୂର୍ଣ୍ଣ ରହିବ। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଖୈଶ୍ଚର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରୁଚିକର ଖାଦ୍ୟରେ ଆପ୍ୟାୟିତ ହେବେ। ଆୟୁଷ୍ମାନ୍ ହେବେ। ସରକାରୀ ସ୍ତରରୁ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ।
କର୍କଟ: କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିବେ।
ସିଂହ: କରିତ୍କର୍ମା ହେବେ। କର୍ମଚଞ୍ଚଳ ରହିବେ। ରାଜ ଦରବାରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ପୁରସ୍କାର ପ୍ରାପ୍ତ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଦୈବୀ ଶକ୍ତିସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ।
କନ୍ୟା: ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଧ୍ୟାନର ଦୀପ ଜଳାଇ ଚଲାପଥକୁ ଆଲୋକ ଦାନ କରିବେ। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ। ଦୟାର୍ଦ୍ରଚିତ୍ତ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।
ତୁଳା: ଭାଗ୍ୟାକାଶର ବାତାବରଣ ନିର୍ମଳ ରହିଛି। ବୈଦେଶିକ ଅର୍ଥ ଉପାର୍ଜନରେ ପାରଙ୍ଗମ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ସତ୍ ପରାୟଣ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ମନର ଆବେଗକୁ ବ୍ୟକ୍ତ କରିବେ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ।
ଧନୁ: ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ସୁଖର ସୂତ୍ର। ସମ୍ବେଦନା ସହିତ ଯୋଡ଼ି ହେଲେ ମିଳିବ ସେବାର ସୂତ୍ର। କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି।
ମକର: ବଦଖର୍ଚ୍ଚକୁ ରୋକିବାକୁ ହେଲେ ପତ୍ନୀ ପରାୟଣ ହେବାକୁ ପଡ଼ିବ। ଏହା ନିରାଟ ଓ କଠୋର ସତ୍ୟ। ଭ୍ରାତୃଭାବ ଅତୁଟ ରହିବ। ଆହାର ପୋଷିତ ନ ହେଲେ ମାନ୍ଦାଗ୍ନି ଭୌଗ କରିବାକୁ ପଡ଼ିବ। ଶତ୍ରୁହନ୍ତା ହେବେ।
କୁମ୍ଭ: ସାମାଜିକ ସ୍ତରରେ ଅହିଂସା ପ୍ରୟୋଗ କରି ଅର୍ଜନ କରିଥିବା ନୈତିକତା ବଳରେ ବଳୀୟାନ୍ ହେବେ। ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସ୍ବୟଂସିଦ୍ଧ ହେବେ।
ମୀନ: ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଥପ୍ରାନ୍ତ ଉପଦେଶ ଦେଇ କୃତକାର୍ଯ୍ୟ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠସ୍ଥାନ ଅଧିକାର କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।






More Stories
ସଂଯମତା ରକ୍ଷା କରନ୍ତୁ…..
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..