ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କାର୍ଯ୍ୟର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜତୀନ୍ଦ୍ର ପ୍ରସାଦ ଦାଶ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ରାଜ୍ୟ ସରକାର ଏହାର ନିରପେକ୍ଷ ତଦାରଖ ନେଇ ଜଣେ ବିଚାରପତିଙ୍କ ନାମ ସୁପାରିଶ କରିବା ଲାଗି ହାଇକୋର୍ଟକୁ ଅନୁରୋଧ କରି ପତ୍ର ଲେଖିଥିଲେ। ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାରେ ଗତକାଲି ଝାରସୁଗୁଡ଼ା ଏସ୍ପି ଓଏସ୍ଡିପିଓଙ୍କୁ ବଦଳି କରାଯିବା ପରେ ଆଜି ସ୍ୱର୍ଗତ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..