ରିପୋର୍ଟ କାର୍ଡ / କଟକ
ରାଜ୍ୟର ୧୦ଟି ଜଜ୍ସିପରେ ଭର୍ଚୁଆଲ ହାଇକୋର୍ଟ ଆଜି ଉଦ୍ଘାଟିତ ହେବ। ଫେବ୍ରୁଆରି ୩ରେ ଆୟୋଜିତ ହେବାକୁ ଥିବା ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଯୋଗ ଦେଇ ୧୦ଟି ଜଜ୍ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବାଲେଶ୍ବର, ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁୁର), କଳାହାଣ୍ଡି (ଭବାନୀପାଟଣା), ଖୋର୍ଦ୍ଧା (ଭୁବନେଶ୍ବର), କୋରାପୁଟ (ଜୟପୁର), ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ (ରାଉରକେଲା) ଜଜସିପରେ ଭର୍ଚୁଆଲ ହାଇକୋର୍ଟକୁ ପ୍ରଧାନ ବିଚାରପତି ଭର୍ଚୁଆଲ ବ୍ୟବସ୍ଥାରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..