Report Card Odisha

| Daily Odia News

ରେଳ ପାଇଁ ଓଡିଶାକୁ ୧୦ ହଜାର ୧୨ କୋଟି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ଵର 

ରେଳ ବଜେଟରେ ଓଡିଶାକୁ ୧୦ ହଜାର କୋଟିରୁ ଅଧିକ ଅନୁଦାନ ମିଳିଛି | ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଯେଭଳି ସାଢେ ୪ କୋଟି ଓଡ଼ିଆଙ୍କ ସେବା କରିପାରିବା ସେ ଦିଗରେ ବ୍ରତୀ ହେବା ଆବଶ୍ୟକ। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଦେଶରେ ‘ବନ୍ଦେ ମେଟ୍ରୋ’ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି। ପାଖାପାଖି ସହର ମଧ୍ୟରେ ଏହି ଟ୍ରେନଗୁଡିକ ନିରନ୍ତର ଚାଲିବ। ତେବେ ଓଡିଶା ସରକାର ରେଳବାଇ କ୍ଷେତ୍ରର ବିକାଶ ପାଇଁ ୮ ହଜାର ୪୦୦ କୋଟି ଟଙ୍କା ମାଗିଥିବା ବେଳେ ଚଳିତ ବଜେଟରେ ୧୦ ହଜାର ୧୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାରେ ୨୮୦ କିଲୋମିଟର ଅର୍ଥାତ ୨୦୦୯ରୁ ୨୦୧୪ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ କାମ ହୋଇଥିବା ନେଇ କହିଛନ୍ତି ରେଳ ମନ୍ତ୍ରୀ । ପୁରୀ ରେଳ ଷ୍ଟେସନର ବିକାଶ କାର୍ଯ୍ୟ ଅତ୍ୟାଧୁନିକ ଉପାୟରେ କରାଯାଉଥିବା ନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭୁବନେଶ୍ୱର ଷ୍ଟେସନର ସାଇଟ ଅଫିସ କାର୍ଯ୍ୟ ଶେଷ ହୋଇଥିବା ବେଳେ ଜିଓ ଟେକ୍ନିକାଲ ଇନଭେଷ୍ଟିଗେଶନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ଼, ବାରିପଦା, ବରପାଲି, ବେଲପାହାଡ, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ଼, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ଼, ଜଳେଶ୍ୱର, ଝାରସୁଗୁଡା, ଝାରସୁଗୁଡା ରୋଡ଼, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆର ରୋଡ଼, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ଟେମ୍ପଲ ରୋଡ଼, ମଂଚେଶ୍ୱର, ମେରା ମୁଣ୍ଡୁଳି, ମୁନିଗୁଡା, ନ୍ୟୁ ଭୁବନେଶ୍ୱର, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର ଓ ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ଼ ଓ ଟିଟିଲାଗଡ଼ ଷ୍ଟେସନଗୁଡିକରେ ବିଭିନ୍ନ କାର୍ଯ୍ୟ ଚାଲିଥିବା ରେଳ ମନ୍ତ୍ରୀ କହିଛନ୍ତି।

Breaking News